Breaking Newsଅପରାଧ

ନାବାଳିକା ଆତ୍ମହତ୍ୟା ଘଟଣାରେ ଏଏସଆଇ ନିଲମ୍ବିତ

ଢେଙ୍କାନାଳ : କର୍ତ୍ତବ୍ୟରେ ଅବହେଳା ପାଇଁ ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ।

ଖବର ଅନୁଯାୟୀ ସ୍ଥାନୀୟ ଅଂଚଳର ଜଣେ ନାବାଳିକା ଜଣେ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ। ଏନେଇ ପରିବାର ଲୋକେ ଭାପୁର ଫାଣ୍ଡିରେ ସେଦିନ ଏତଲା ଦେଇଥିଲେ। କିନ୍ତୁ ପୋଲିସ ଏତଲାକୁ ଗୁରୁତ୍ୱ ଦେଇନଥିଲା। ଫଳରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବାରମ୍ବାର ନାନା ହଇରାଣ କରୁଥିଲା। ଆଜି ପୀଡିତାଙ୍କ ବାପା-ମାଆ ବିଲକୁ କାମ କରିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ବିଷ ପିଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ପରେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅନୁପମା ଜେମ୍‌ସ କହିଛନ୍ତି ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ।

ମତାମତ ଦିଅନ୍ତୁ ।

Back to top button