ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

0

କନ୍ଧମାଳ : ଫିରିଙ୍ଗିଆ ପୋଲିସ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛିl

ଖବର ଅନୁଯାୟୀ ଏପ୍ରିଲ ୨୮ ତାରିଖ ରାତିରେ ନାବାଳିକା ଜଣଙ୍କ ଏକ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ତାଙ୍କୁ ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ନିକଟ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସେମାନଙ୍କ ଆଉ ଜଣେ ସାମିଲ ହୋଇଥିଲେ। ରାତିସାରା ଚାରିଜଣ ନାବାଳିକାକୁ ଦୁଷ୍କର୍ମ କରି ଚେତାଶୂନ୍ୟ ଅବସ୍ଥାରେ ଛାଡିଚାଲିଥିଲେ। ଏପ୍ରିଲ ୩୦ ତାରିଖ ଦିନ ନାବାଳିକାଙ୍କ ପିତା ଥାନାରେ ଏତଲା ଦେବାରୁ ପୋଲିସ ତଦନ୍ତ କରି ରବିବାର ତିନିଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.