ନାବାଳିକାକୁ ପ୍ରେମକରି ଦୁଇ ଯୁବକ ଜେଲ ଗଲେ

ଲେଫ୍ରିପଡା : ଦୁଇଜଣ ଯୁବକକୁ ଭଲ ପାଇଥିଲେ ନାବାଳିକା। କିନ୍ତୁ ଗର୍ଭବତୀ ହେବା ପରେ ପ୍ରେମିକ ଦୂରେଇ ଗଲେ। କେହି ବିବା ହେବାକୁ ରାଜି ହେଲେନି। ଏପରିକି ଦୁହିଁଙ୍କର ଧରାଛୁଆଁ ମିଳିଲାନି। ଶେଷରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିବାରୁ ଦୁଇ ପ୍ରେମିକ ବନ୍ଧା ହୋଇଛନ୍ତି।

ଖବର ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିରେ ଏହି ଘଟଣା ଘଟିଛି। ଏକ ଗାଁର ୧୭ ବର୍ଷର ନାବାଳିକା ମାଟ୍ରିକ ପାସ କରିବା ପରେ ଲେଫ୍ରିପଡ଼ା କଲେଜରେ ପଢ଼ିବା ପାଇଁ ଅଜା ଘରେ ରହୁଥିଲେ। ସମ୍ପର୍କରେ ଆସିଥିଲେ ସରୋଜ ଖାଲକୋ ଓ ରାଜକୁମାର ଦେହୁରୀ। ଦୁଇ ଯୁବକ ନାବାଳିକାକୁ ପ୍ରେମ ଜାଲରେ ଫସାଇ ସୁଯୋଗ ଦେଖି ଶାରୀରିକ ସମ୍ପର୍କ ରଖିଥିଲେ। ଯାହାଫଳରେ ନାବାଳିକା ହେଲେ ଗର୍ଭବତୀ। ଏପରି ଅବସ୍ଥା ପରେ ନାବାଳିକା ସରୋଜ ଓ ରାଜକୁମାରଙ୍କୁ ପୃଥକ ପୃଥକ ଭେଟି ଗର୍ଭ ସମ୍ପର୍କରେ ଜଣାଇବା ସହିତ ବିବାହ ପାଇଁ କହିଥିଲେ। କିନ୍ତୁ ବିବାହ ପାଇଁ ଦୁଇଜଣଙ୍କ ମଧ୍ୟରୁ କେହି ରାଜି ନହେବାରୁ ଥାନାର ଦ୍ଵାରସ୍ଥ ହୋଇଥିଲେ। ଲେଫ୍ରିପଡା ପୋଲିସ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତ ସରୋଜ ଓ ରାଜକୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button