ନାବାଳିକାଙ୍କୁ ଦୁଷ୍କର୍ମ: ଗିରଫ ହେଲେ ଖବରକାଗଜ ମାଲିକ

ଭୋପାଳ : ମଧ୍ୟପ୍ରଦେଶ ପୋଲିସ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ରାତିବରାହ ଅଞ୍ଚଳରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ୬ ଜଣ ନାବାଳିକାଙ୍କୁ ପୋଲିସ ଧରିବା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ଜଣେ ହିନ୍ଦୀ ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ତାଙ୍କ ନାମ ପାୟେର ମିଆନ।

ଖବର ଅନୁଯାୟୀ ଗତ ଶନିବାର ରାତିରେ ଏହି ନାବାଳିକାମାନଙ୍କୁ ଶାହପୁରାରେ ଆୟୋଜିତ ଜନ୍ମଦିନ ପାର୍ଟିରେ ଡ୍ୟାନ୍ସ କରିବାକୁ ଭଡ଼ାରେ ନିଆଯାଇଥିଲା। ପାର୍ଟିରେ ସମସ୍ତଙ୍କୁ ପଦ ପିଆଇ ଦିଆଯାଇଥିଲା। ଶେଷରେ ଖବରକାଗଜ ମାଲିକ ମିଆନ ୬ ଜଣଙ୍କ ମଧ୍ୟର ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ନାବାଳିକାମାନଙ୍କୁ ମିଆନଙ୍କ ୨୧ ବର୍ଷୀୟା ଅଫିସ ସହାୟିକା ଭଡ଼ାରେ ଆଣିଥିଲେ। ଏହି ମହିଳା ସହାୟିକାଙ୍କୁ ପୋଲିସ ଗିରଫ କରିଛି। ନାବାଳିକାମାନେ କହିଛନ୍ତି ପୂର୍ବରୁ ସେମାନଙ୍କୁ ଅନେକ ଥର ଜନ୍ମଦିନ ପାର୍ଟିରେ ଡ୍ୟାନ୍ସ କରିବାକୁ ଭଡ଼ାରେ ନିଆଯାଇଥିଲା।

  ବାଇଡେନଙ୍କ ଶପଥ ପୂର୍ବରୁ କ୍ୟାପିଟଲ ସଟଡାଉନ

ନାବାଳିକାମାନଙ୍କ ବୟାନ ପରେ ଏହା ପଛରେ ବଡ଼ଧରଣର ସେକ୍ସ ରାକେଟ ଚାଲିଥିବା ପୋଲିସ ସନ୍ଦେହ କରି ମିଆନଙ୍କ ୨୧ ବର୍ଷୀୟ ସହାୟିକାକୁ ଜେରା କରିଥିଲା। ଜେରା ସମୟରେ ସେ ନାବାଳିକାଙ୍କୁ ଭଡ଼ାରେ ପଠାଉଥିବା କିଛି ଏଜେଣ୍ଟଙ୍କ ନାଁ କହିଥିଲେ। ପୋଲିସ ସେସବୁ ଏଜେଣ୍ଟମାନଙ୍କ ଠିକଣାରେ ଚଢ଼ଉ କରି ସେଠାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି।

ମତାମତ ଦିଅନ୍ତୁ ।