ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-୨ ଜଣେ ନାବାଳିକାର ସନ୍ଦେହଜନକ ମୃତ୍ୟୁ। ଏକ ଗଛରୁ ଝୁଲନ୍ତା ମୃତଦେହ ଜବତ ହୋଇଥିବାରୁ ପ୍ରେମ ସମ୍ପର୍କକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତଦେହ ଜବତ ପରେ ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ କ୍ଲବ ସଦସ୍ୟ ଧରି ପୋଲିସ ଜିମା ଦେଇଛନ୍ତି। ତେବେ କାରଣ ଜଣାପଡି ନଥିଲେ ହେଁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।

ମତାମତ ଦିଅନ୍ତୁ ।