ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ କରୋନା

ନବରଙ୍ଗପୁର : ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଥିବା ବେଳେ ସେ ସୁସ୍ଥ ଅଛନ୍ତି ଓ ଗୃହ ସଙ୍ଗରୋଧରେ ରହିଥିବା ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବା ସହ ନିଜର ପରୀକ୍ଷା କରାଇ ନେବାକୁ ଶ୍ରୀ ମାଝି ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।