ନବରଙ୍ଗପୁର ସୂଚନା ବିଜ୍ଞାନ କେନ୍ଦ୍ରରୁ ନାଗସାପ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଓଡିଶା ସୂଚନା ବିଜ୍ଞାନ କେନ୍ଦ୍ରଠାରୁ ଆଜି ଦୁଇଟି ବଡ ନାଗ ସାପ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ବଡ ସାପ ଦୁଇଟିକୁ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ। କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଚିତ୍ତ ରଞ୍ଜନ ପାତ୍ର ସାପ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ। ବିନା ତାଲିମରେ ଶ୍ରୀ ପାତ୍ର ଏହି ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିଥିବାରୁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

ମତାମତ ଦିଅନ୍ତୁ ।