ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ କଟକଣା ହଟିଲା

ନବରଙ୍ଗପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ରବିବାର ଏହି କଟକଣାକୁ ପ୍ରତ୍ୟାହାର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ନବରଙ୍ଗପୁରରେ ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ବୁଧବାର ଜିଲ୍ଲାପାଳ ଘୋଷଣା କରିଥିଲେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସ୍ଥିତିରେ କିଛିଟା ସୁଧାର ଆସିବାରୁ ଆଜି ନାଇଟ୍‌ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଥିଲେ ହେଁ ଅନ୍ୟ କଟକଣା ଗୁଡିକ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Leave a Reply

Your email address will not be published. Required fields are marked *

Back to top button