ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ : ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଏହି ବେଶରେ ଦର୍ଶନ ଦେବେ ମହାପ୍ରଭୁ। କିନ୍ତୁ କରୋନା ସ୍ଥିତି ନସୁଧୁରିଲେ ଶ୍ରଦ୍ଧାଳୁମାନଙ୍କୁ ନିରାଶ ହେବାକୁ ପଡିବ। ରଥଯାତ୍ରା ପରି ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ। ତେବେ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ନାଗାର୍ଜୁନ ବେଶ। ୨୬ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ହେବ। ନାଗାର୍ଜୁନ ବେଶରେ ମହା ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ତେବେ ଏ ବର୍ଷର ରଥଯାତ୍ରା ପରି ମହାପ୍ରଭୁ ଭକ୍ତମାନଙ୍କୁ ସ୍ଵଚକ୍ଷୁରେ ଦର୍ଶନ ଦେବେ ନା ନାହିଁ ସବୁ ତାଙ୍କରି ଇଚ୍ଛା ବୋଲି ଶ୍ରଦ୍ଧାଳୁମାନେ କହୁଛନ୍ତି।

ମତାମତ ଦିଅନ୍ତୁ ।