ନଭେମ୍ବର ୨ରୁ ଖୋଲିବ ସ୍କୁଲ ଓ କଲେଜ

ଅମରାବତୀ : ଆସନ୍ତା ନଭେମ୍ବର ୨ ତାରିଖରୁ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଓ କଲେଜ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଗୁରୁବାର ଘୋଷଣା ଅନୁଯାୟୀ ନଭେମ୍ବର ୨ରୁ ୯ମ, ୧୦ମ ଓ ଇଣ୍ଟରମିଡିଏଟ୍‌ କ୍ଲାସ ଆରମ୍ଭ ହେବ। ଦିନେ ଛଡ଼ା ଦିନେ ଏସବୁ କ୍ଲାସ ହେବ। ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର କ୍ଲାସ ନଭେମ୍ବର ୨୩ରୁ ଆରମ୍ଭ ହେବ। ଡିସେମ୍ବର ୧୪ରୁ ୧ମ, ୨ୟ, ୩ୟ, ୪ର୍ଥ ଓ ୫ମ ଶ୍ରେଣୀର କ୍ଲାସ ଆରମ୍ଭ କରାଯିବ ବୋଲି କୁହାଯାଇଛି। ସେହିପରି ରୋଟେସନ ଢାଞ୍ଚାରେ ନଭେମ୍ବର ୨ରୁ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେବ। ସ୍କୁଲ ଗୁଡ଼ିକ ଦିନେ ଛଡ଼ା ଦିନ ଓ ୩ଟି ପର୍ଯ୍ୟାୟରେ ଚାଲିବ। ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ।

ମତାମତ ଦିଅନ୍ତୁ ।