ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା

ଲଣ୍ଡନ : ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ। ଲଣ୍ଡନର ଏକ ବଡ଼ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଣମାଧ୍ୟମ ଖବର ଅନୁଯାୟୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ନଭେମ୍ବର ମାସରେ ବଜାରକୁ ଆସିବ। ନଭେମ୍ବର ୨ପରେ କୌଣସି ମୁହୂର୍ତ୍ତରେ ଲୋକଙ୍କ ଟିକା କରଣ ପାଇଁ ସରକାର ଅନୁମତି ଦେଇ ପାରନ୍ତି। ଏଥିପାଇଁ ଉକ୍ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।