ନବୀନ ନିବାସ ଯିବା ଭୁଲ୍ ଥିଲା : ପ୍ରଦୀପ୍ତ ନାଏକ

0

ଭୁବନେଶ୍ୱର : ବିଧାନସଭାରେ ୬ଦିନଦିନ ଧରି ଅଚଳାବସ୍ଥା ପରେ ଆଜି ଧାନକିଣା ପ୍ରସଙ୍ଗରେ ଆଜି ଗୃହରେ ବିବୃତ୍ତି ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିବା ଏବଂ ପରେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଥିଲେ।

ଶୁକ୍ରବାର ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ନବୀନ ନିବାସ ଯିବାଟା ଭୁଲ୍ ଥିଲା। ନବୀନବାବୁ ଘରକୁ ଡାକି ପ୍ରତାରଣା କରିଛନ୍ତି। ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ କହିଲେ ବିଜେପି ବିଧାୟକମାନେ ପାପୀ। ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁନଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ। ଏହା ପରେ ମଧ୍ୟ ନବୀନବାବୁ ଠକିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଜେପି ବିଧାୟକମାନେ ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଯାଇଥିଲେ। କର୍ତ୍ତା ଭଳି ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିବା ବେଳେ ଫୁଲ ଚନ୍ଦନ ଲଗାଇ, ଶଙ୍ଖ ବଜାଇ ଭଉଣୀମାନେ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ନବୀନ ନିବାସରେ ଅପେକ୍ଷା କରିଥିଲେ। ବିଜେଡି ବିଧାୟକମାନେ ବଡ଼ିଗାର୍ଡ ଭଳି ସେମାନଙ୍କ ପଛେପଛେ ଯାଇଥିଲେ। ତେଣୁ ବିଜେଡି ଓ ବିଜେପି ଭାଇଭାଇ ବୋଲି କଂଗ୍ରେସ ଆଗରୁ କହୁଥିଲା। କାଲି ତାହା ପ୍ରମାଣିତ ହୋଇଗଲା।

ଦ୍ୱିତୀୟାର୍ଦ୍ଧରେ ଅଧିବେଶନ ଆରମ୍ଭରେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ ପୁଣି କହିଥିଲେ ଗୃହରେ କାହାକୁ ଅପମାନିତ କରିବା କିମ୍ବା ଆକ୍ଷେପ କରିବା ଉଦ୍ଦେଶ୍ୟରେ ସେ ବିବୃତ୍ତି ଦେଇନଥିଲେ। କେବଳ ଗତକାଲି ଯାହା ଘଟିଥିଲା ତାକୁ ହିଁ ଗୃହରେ ରଖିଥିଲେ। ରାଜନୀତିକ ଦୃଷ୍ଟିକୋଣରୁ ଆମେ ବିରୋଧୀ କିନ୍ତୁ ଗୃହ ବାହାରେ ସମସ୍ତେ ଭାଇଭାଇ ବୋଲି ସେ କହିଥିଲେ।

Leave A Reply

Your email address will not be published.