ନବୀନ ନିବସରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଟିକେଟ୍ ଆଣିଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହେବାପରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଆଜି ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟଛନ୍ତି। ଏହି ଅବସରରେ ନବୀନ ତାଙ୍କୁ ଟିକେଟ୍ ପ୍ରଦାନ କରିଛନ୍ତି। ରୁଦ୍ରଙ୍କ ସହିତ ମା’ ପ୍ରତିଭା ମହାରଥୀ ଓ ବିଜେଡିର କେତେଜଣ ତୁଙ୍ଗ ନେତା ଉପସ୍ଥିତ ଥିଲେ।

ରବିବାର ମୁଖ୍ୟମନ୍ତ୍ରୀଙ୍କଠାରୁ ଟିକେଟ୍ ପାଇବା ପରେ ରୁଦ୍ର କହିଛନ୍ତି ମୁଁ ପୂରା ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି। ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବି। ଚାଷୀ ଭାଇମାନଙ୍କର ଉନ୍ନତି ଓ ପ୍ରଗତି ମୋର ମୂଳ ଲକ୍ଷ୍ୟ। ଏହାବ୍ୟତୀତ ଭଲ ରାସ୍ତାଘାଟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଚାହେଁ।

ଟିକେଟକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉଠିଥିବା ସମ୍ପର୍କରେ ରୁଦ୍ର କହିଲେ ଖରାପ ସମୟରେ ପ୍ରତିପକ୍ଷଙ୍କ ଏହା ଏକ ଷ୍ଟ୍ରାଟେଜୀ ଥିଲା। ବିରୋଧୀ ଏମିତି କିଛି କରି ମୋ ଉପରେ ନକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରୟାସ କରିଥିଲା। ଏହାର ଜବାବ ମୋ ମାଆ, ଭଉଣୀ ଓ ଭିଣୋଇ ଦେଇସାରିଛନ୍ତି। ଆମର ପୂରା ପରିବାର ଏକାଠି ଅଛୁ। ସମସ୍ତେ ମିଶି ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରୟାସ କରିବୁ।

Leave a Reply

Your email address will not be published. Required fields are marked *

Back to top button