ନବୀନଙ୍କ ଘୋଷଣା : ପିପିଲି ଉପନିର୍ବାଚନରେ ବିଜେଡି ରାଲି କରିବନି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ବିଜେଡି ରାଲି କରିବ ନାହିଁ। ଆଜି ଏହି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ପ୍ରତିଟି ଜୀବନ ମୂଲ୍ୟବାନ ଓ ମୁଁ ଓଡ଼ିଶାବାସୀଙ୍କୁ ମୋର ପରିବାରର ସଦସ୍ୟ ଵୋଲି ଭାବେ। ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ରାଲି ନକରିବାକୁ ଦଳ ନିଷ୍ପତ୍ତି ନେଇଛି।

ସୋମବାର ବିଜେଡି ସୁପ୍ରିମୋ ନବୀନ ଟ୍ୱିଟ ମାଧ୍ୟମରେ ସୂଚନା ଦେଇ କହିଛନ୍ତି କରୋନା ସଂକ୍ରମଣ ପାଇଁ ବିଜେଡି ରାଲି ଓ କ୍ୟାମ୍ପେନିଂରୁ ଦୂରେଇ ରହିବ। ସେ ଲେଖିଛନ୍ତି ଯବିଜେଡି ଏକ ଦାୟିତ୍ୱବାନ ଦଳ। ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ। ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିବି ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button