ନବୀନଙ୍କୁ ସମର୍ଥନ ଜଣାଇଲେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣ ବାବଦରେ କରିଥିବା ଉଦ୍ୟମକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସମର୍ଥନ ଜଣାଇଛନ୍ତି। ସେ ଏନେଇ ଚିଠି ଲେଖିଥିବା ଜଣାପଡିଛି।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ବଣ୍ଟନ କରିବା ଓ ରାଜ୍ୟମାନଙ୍କୁ ଟିକାକରଣ ଯ଼ୋଜନା ପରିଚାଳନା ଲାଗି ଦାବି କରିଥିଲେ। ଏହି ମର୍ମରେ ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ହୋଇ କେନ୍ଦ୍ର ନିକଟରେ ଦାବି କରିବାକୁ ଚିଠି ଲେଖିବା ସହିତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହାପରେ ନବୀନଙ୍କ ଦାବିରେ ସ୍ୱର ମିଳାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଦେଶ କରୋନା ମହାମାରୀ ବିରୋଧରେ ଲଢୁଥିବାବେଳେ ଓଡିଶା ସହିତ ମିଶି ମୁକାବିଲା କରିବା ପାଇଁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button