ନଦୀ ପାଣିରେ କରୋନା ଭାଇରସ

ଅହମଦାବାଦ : ସାବରମତୀ ନଦୀ ପାଣି ନମୁନାରେ କୋଭିଡ-୧୯ ଭାଇରସ। ସାବରମତି ବ୍ୟତୀତ ରାଜ୍ୟର କଙ୍କରିଆ ଓ ଚନ୍ଦୋଲା ହ୍ରଦ ପାଣିରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି। ଆଇଆଇଟି ଗାନ୍ଧୀ ନଗର ଓ ଜବହାର ଲାଲ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଏକାଠି ହୋଇ ପାଣିର ନମୁନା ସଂଗ୍ରହ କରିଥିଲେ। ନଦୀ ଓ ହ୍ରଦ ପାଣିରେ କରୋନା ସଂକ୍ରମଣ ରହିଥିବା ଜଣାପଡ଼ିଛି।

ଆଇଆଇଟି ଗାନ୍ଧୀନଗରର ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ହ୍ରଦ ଓ ନଦୀର ନମୁନାରୁ ସାର୍ସ- କୋଭ-୨ ଚିହ୍ନଟ ହେବା ରାଜ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସେ କହିଛନ୍ତି ଡିସେମ୍ୱର ୨୯, ୨୦୧୯ ପାଖରୁ ୨୦୨୦ ସେପ୍ଟେମ୍ୱର ୩ ଯାଏ ପାଣିର ନମୁନା ସଂଗ୍ରହ କରାଯାଇଥିଲା। ସାବରମତୀ ନଦୀରୁ ୬୯୪ଟି ନମୁନା ଓ ଚନ୍ଦୋଲା ହ୍ରଦରୁ ୫୪୯ଟି ଏବଂ କଙ୍କରିଆ ହ୍ରଦରୁ ୪୦୨ ଥର ନମୁନା ସଂଗ୍ରହ କରଯାଇଥିଲା। ଏହି ପ୍ରକାର ଗବେଷଣା ସାରା ଦେଶରେ ହେବା ଦରକାର। ଭାଇରସ ପରିଷ୍କାର ପାଣିରେ ଅଧିକ ସମୟ ରହିପାରୁଛି ବୋଲି ସେ ଆଶଙ୍କା କରିଛନ୍ତି।

ସେହିପରି ନିକଟରେ କର୍ଣ୍ଣାଟକ ସ୍ୱରେଜ ପାଣିର ନମୁନା ଯାଞ୍ଚ କରି କରୋନା ସଂକ୍ରମଣ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଦେଶର ପ୍ରଥମ ରାଜ୍ୟ ଭାବରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏପରି ପଦକ୍ଷେପ ନେଇଛି। କିଛିଦିନ ତଳେ କୋଭିଡ ମୃତକଙ୍କ ଶରୀର ନଦୀରେ ଫିଙ୍ଗାଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ପାଣିରେ କୋଭିଡ ସଂକ୍ରମଣ ରହିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.