ନଦୀକୁ ଡେଇଁଥିବା ଦୁଇ ଭଉଣୀଙ୍କ ମୃତଦେହ ମିଳିଲା

ବଲାଙ୍ଗିର : ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲା ଓ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ ଗତ ୧୫ ତାରିଖ ପୂର୍ବାହ୍ନରେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ। ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା। ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ସୋନପୁର ଓ ବୌଦ୍ଧ ଜିଲ୍ଲାରୁ ଉଦ୍ଧାର ହୋଇଛି।

ମତାମତ ଦିଅନ୍ତୁ ।