ନକଲି ଘିଅ ଓ ତେଲ କାରଖାନା ଉପରେ ଚଢଉ

ଭଞ୍ଜନଗର : ଭଞ୍ଜନଗର କଲେଜ୍ ରୋଡ଼ ବାଇପାସ୍ ଛକ ନିକଟରେ ଚାଲିଥିବା ନକଲି ଘିଅ ଓ ତେଲ କାରଖାନା ଉପରେ ଆଜି ପୋଲିସ ଚଢଉ କରିଛି। ସେଠାରୁ ଲକ୍ଷାଧିକ ଟଙ୍କାର ନକଲି ଘିଅ, ନଡ଼ିଆ ଓ ରାଶି ତେଲକୁ ଜବତ କରାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ମଙ୍ଗଳବାର ସଂନ୍ଧ୍ୟାରେ ପୋଲିସ ଟିମ୍ କଲେଜ୍ ରୋଡ଼ ବାଇପାସ୍ ଛକ ନିକଟସ୍ଥ ଏକ ଗୋଦାମରେ ଚଢଉ କରିଥିଲା। କିଛି ମହିଳା ଅପମିଶ୍ରିତ ଘିଅ ଓ ତେଲକୁ ପ୍ୟାକେଟିଂ କରୁଥିଲେ। ଏହାଛଡା ଘିଅ ପ୍ରସ୍ତୁତ କଞ୍ଚା ମାଲ୍, ଖାଲି ପ୍ୟାକେଟ୍, ତେଲ ଡ଼ବା, ନକଲି ତେଲ ଖୋଳ, ଓଜନ ମେସିନ୍, ମରିଚ ଗୁଣ୍ଡ ପ୍ୟକେଟ୍ ଓ ମସଲା ଗୁଣ୍ଡ ପ୍ୟାକେଟ୍ ଆଦି ଦେଖିବାକୁ ପାଇଥିଲା। ତେବେ ଜବତ ହୋଇଥିବା ସାମଗ୍ରୀ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନାହିଁ। ଯାଞ୍ଚ ପରେ ନକଲି ଘିଅ କାରଖାନା ନା ଅସଲି ଜଣାପଡ଼ିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି। ତେବେ ଗୋଦାମରେ ରହିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button