ନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ଏହି ନକଲି ଲୁବ୍ରିକେଣ୍ଟ କାରଖାନା ଚାଲିଥିଲା। ଗତକାଲି ସନ୍ଧ୍ୟାରେ କମିଶନରେଟ୍ ପୋଲିସ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏଥିସହ ୨ଶହ ଲିଟର କ୍ଷମତା ବିଶିଷ୍ଟ ୬୦ରୁ ଅଧିକ କିରୋସିନି ଡ୍ରମ୍ ଓ କିଛି ପୋଡ଼ା ମୋବିଲ୍‌କୁ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।