ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ଉ ବେଳେ ପୋଲିସକୁ ଆକ୍ରମଣ

ଭଦ୍ରକ : ପୁରୁଣାବଜାର ଥାନା ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ଉ। ଏହି ସମୟରେ ପୋଲିସକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ପୁରୁଣାବଜାର ଥାନା ଅଞ୍ଚଳର ହେଲାସାହିରେ ଏକ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଅଚାନକ ଚଢ଼ଉ କରାଯାଇ କିଛି ନକଲି ଜର୍ଦ୍ଦା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ସମୟରେ ସ୍ଥାନୀୟ ଲୋକେ ପୋଲିସକୁ ସରେ ଆକ୍ରମଣ କରିଥିବ ବେଳେ ଗାଡ଼ିକୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଚଢ଼ଉ ଖବର ପାଇଁ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହିତ ମୋବାଇଲ, ବୁମ୍‌ ଓ ବ୍ୟାଗ ଛଡାଉ ନେଇଥିବା ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।