ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ତିଆରି କାରଖାନା ଠାବ,୨ ଅଟକ

କଟକ : ମାଲଗୋଦାମ ପରେ ଜଗତପୁରରୁ ଏକ ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନାରେ ଠାବ ହୋଇଛି। ପୋଲିସ ଏହି କାରଖାନା ଉପରେ ଚଢଉ କରି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଛି। ଏହାର ପରିମାଣ ପାଖାପାଖି ୫୦ କୁଇଣ୍ଟାଲରୁ ଅଧିକ ହେବ। ଏହାଛଡା ନାମିଦାମୀ ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଜଗତପୁର ଅଞ୍ଚଳରେ ଜଗନ୍ନାଥ ଇଣ୍ଡଷ୍ଟ୍ରି ନାଁରେ ପ୍ରସ୍ତୁତ ହେଉଥିବା ନକଲି ସାମଗ୍ରୀ ବଜାରରେ ବିକ୍ରି ହେଉଥିଲା। ବାପି ପୃଷ୍ଟି ନାମକ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ଏହି କାରଖାନା ଚଳାଉଥିଲେ। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।