ନକ୍ସଲ ପ୍ରଭାବ ମୁକ୍ତ ହେଲା ୫ଟି ଜିଲ୍ଲା

ଭୁବନେଶ୍ଵର : ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ଓଡିଶାର ୫ଟି ଜିଲ୍ଲା ବାଦ୍ ପଡ଼ିଛି। ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସୂଚନା ଦେଇଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼। ସୁରକ୍ଷା ସ୍ଥିତିରେ ସୁଧାର ଆସିବାରୁ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି। ୨୦୧୮ ଏପ୍ରିଲରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମକୁ ମାଓବାଦୀ କାର୍ଯ୍ୟକଳାପରୁ ମୁକ୍ତ ଘୋଷିତ କରାଯାଇଥିଲା। ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲା ଏସଆରଇ ଜିଲ୍ଲା ଭାବେ ଘୋଷିତ ହୋଇଥିଲା। ଏବେ ରାଜ୍ୟର ୧୧ ଜିଲ୍ଲା ନକ୍ସଲ ପ୍ରଭାବମୁକ୍ତ ହୋଇଛି।

  ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଗିରଫ

ମତାମତ ଦିଅନ୍ତୁ ।