ନକ୍ସଲଙ୍କ କବଳରୁ ମୁକୁଳିଲେ ଯବାନ ରାକେଶ୍ଵର

ମାଲକାନଗିରି : ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ନକ୍ସଲଙ୍କ ଦ୍ଵାରା ଅପହୃତ ସିଆରପିଏଫ୍‌ର କୋବ୍ରା ବଟାଲିଅନର ଯବାନ ରାକେଶ୍ଵର ସିଂ ମାନହାସ ଆଜି ମୁକ୍ତ ହୋଇଛନ୍ତି। ଦୀର୍ଘ ୫ ଦିନ ବନ୍ଦୀକରି ରଖିବା ପରେ ମାଓବାଦୀମାନେ ରାକେଶ୍ଵରଙ୍କୁ ଛାଡ଼ି ଦେଇଛନ୍ତି।

ଖବର ଅନୁଯାୟୀ ରାକେଶ୍ଵରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିଲା। ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଭେଟିବାକୁ ଯାଇଥିବା ପଦ୍ମଶ୍ରୀ ଧରମପାଲ୍ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍ ବୁରାଇୟା ଓ ସ୍ଥାନୀୟ ସାମ୍ବାଦିକ ମାଓବାଦୀଙ୍କ ସହ ଆଲୋଚନା କରିବା ପରେ ବିନା ସର୍ତ୍ତରେ ରାକେଶ୍ଵରଙ୍କୁ ସେମାନେ ମୁକ୍ତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button