ନାଲିଲଙ୍କା ରୋକିପାରେ ହୃଦଘାତ

ସାଧାରଣତଃ ମୁଣ୍ଡବିନ୍ଧା, ଦାନ୍ତ ସମସ୍ୟା ଓ ଜ୍ଵର ଆଦି ପାଇଁ ଘରୋଇ ଉପଚାର କରାଯାଏ। ବାଡି ବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷ ହୁଏ ବ୍ୟବହାର। ମାତ୍ର ହୃଦଘାତ ପରି ଗମ୍ଭୀର ରୋଗ ପାଇଁ କାମ କରେ ନାଲି ଲଙ୍କା।

ଗବେଷଣା ଅନୁଯାୟୀ ନାଲି ଲଙ୍କା ଖାଇଲେ ହୃଦଘାତ ପରି ମାରାତ୍ମକ ରୋଗକୁ ରୋକାଯାଇପାରେ। ଗୋଟିଏ ନାଲି ଲଙ୍କାରେ ସମୁଦାୟ ୯୦ ହଜାର ସ୍କୋଭିଲ ୟୁନିଟ୍ ମିଳିଥାଏ। ଯାହାକୁ ଖାଇବା ଦ୍ଵାରା ୫୦ ପ୍ରତିଶତ ହାର୍ଟ ଆଟାକଙ୍କ ରୋଗୀ ଜୀବନ ରକ୍ଷା ହୋଇପାରେ। ନାଲି ଲଙ୍କା ବ୍ୟତୀତ ଏହି ଜରୁରୀ ତତ୍ତ୍ଵ ସ୍କ୍ରଚ ବୋନଟସ, ଥାଇ ଚା’, ଆଲପିନୋ ଆଦିରେ ମିଳିଥାଏ। ମାତ୍ର ନାଲି ଲଙ୍କାରେ ଏହି ତତ୍ତ୍ଵ ସବୁଠୁ ଅଧିକ ରହିଛି।

ଗବେଷଣାରେ କୁହାଯାଇଛି ହାର୍ଟ ଆଟାକ ରୋଗୀଙ୍କୁ ଗିଲାସେ ପାଣିରେ ଏକ ଚାମଚ ନାଲି ଲଙ୍କା ଗୁଣ୍ଡ ମିଶାଇ ପିଇବାକୁ ଦେବା ଦରକାର। କାରଣ ରୋଗୀ ବେହୋସ ହେବା ଉଚିତ ନୁହେଁ, ସଚେତ ରହିବା ଦରକାର। ଯଦି ରୋଗୀ ଅଚେତ ହୋଇ ପଡ଼ିଥାଏ ତେବେ ରୋଗୀ ଜିଭ ତଳେ ଅଳ୍ପ ନାଲି ଲଙ୍କା ଗୁଣ୍ଡ ରଖିପାରିବେ। ଏହାଦ୍ଵାରା ରୋଗୀର ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ। ୬୦ ସେକେଣ୍ଡରେ ଏହାର ପ୍ରଭାବ ମିଳିବ। ଏହି ଉପଚାର ସହିତ ରୋଗୀକୁ ତୁରନ୍ତ ହସପିଟାଲ ନେବା ଜରୁରୀ।

ଆସନ୍ତୁ ଜାଣିବା ନାଲି ଲଙ୍କାର ଉପକାରିତା ସମ୍ପର୍କରେ :-

୧ – ହୃଦଘାତ ବ୍ୟତୀତ ନାଲି ଲଙ୍କା ସ୍କ୍ରିନ୍ ଆଲର୍ଜୀ ପାଇଁ ଲାଭଦାୟକ।

୨ – ଏହା ଫ୍ଲୁ ଆଦି ସମସ୍ୟାରୁ ମୁକ୍ତି ଦିଏ।

୩ – ସୀମିତ ମାତ୍ରାରେ ଏହାର ବ୍ୟବହାର ଦାନ୍ତ ଓ ପେଟ ଯନ୍ତ୍ରଣା ସମସ୍ୟା ଦୂର କରେ।

୪ – ମାଇଗ୍ରେନ, ଆର୍ଥରାଟିସ୍ ଓ ଶରୀରର ଅତିରିକ୍ତ ଫ୍ୟାଟ୍ ଦୂର କରିବାରେ ନାଲି ଲଙ୍କା ଉପାଦେୟ।

୫ – ଏହାକୁ ଅଧିକ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦିଏ। ତେଣୁ ସୀମିତ ମାତ୍ରାରେ ବ୍ୟବହାର କରିବା ଦରକାର।

୬ – ନାଲି ଲଙ୍କା ଲିଭର କ୍ୟାନସରରୁ ମଧ୍ୟ ରକ୍ଷା କରେ।

ମତାମତ ଦିଅନ୍ତୁ ।