ନାମ୍ବି ନାରାୟଣନ୍‌ଙ୍କ ବିରୋଧରେ ଆଗତ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର (ଇସ୍ରୋ) ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନ୍‌ଙ୍କ ବିରୋଧରେ ଆଗତ ହୋଇଥିଲା ଗୁପ୍ତଚର ମାମଲା। ଏହାର ତଦନ୍ତ କରିବା ପାଇଁ ଆଜି ସୁପ୍ରିମ୍‌ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୋଲିସ ଷଢଯନ୍ତ୍ର କରିଛି ବୋଲି କୁହାଯାଉଥିବାରୁ ସିବିଆଇ ତଦନ୍ତକୁ ନାରାୟଣନ୍‌ ସ୍ୱାଗତ କରିଛନ୍ତି।

ତିରୁବନନ୍ତପୁରମ୍‌ରେ ଥିବା ‘ଇସ୍ରୋ’ର ଏହି ପୂର୍ବତନ ବୈଜ୍ଞାନିକ କହିଛନ୍ତି ମୁଁ ଆନନ୍ଦିତ। କାରଣ ଦେଶର କ୍ରାୟୋଜେନିକ୍‌ ପ୍ରୋଜେକ୍ଟ୍‌ ବିଳମ୍ବ କରାଇଥିବା ଷଢଯନ୍ତ୍ରର ତଦନ୍ତ ନିମନ୍ତେ ମୁଁ କେନ୍ଦ୍ରୀୟ ଏଜେନ୍‌ସିର ସହାୟତା ଲୋଡୁଥିଲି। ୧୯୯୪ର ଏହି ଗୁପ୍ତଚର ମାମଲାରେ ନାମ୍ବି ନାରାୟଣନ୍‌ଙ୍କୁ ସମ୍ପୃକ୍ତ କରି ଭୁଲ୍‌ କରିଥିବା ପୋଲିସ କର୍ମଚାରୀଙ୍କ ଭୂମିକା ସମ୍ପର୍କରେ ରିପୋର୍ଟ ଦାଖଲ ହୋଇଥିଲା। ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରିବା ବେଳେ ସିବିଆଇ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ରେ ସୁପ୍ରିମ୍‌ କୋର୍ଟ ନାମ୍ବି ନାରାୟଣନ୍‌ଙ୍କୁ ଦୋଷ ମୁକ୍ତ କରିବା ସହ କ୍ଷତି ପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button