ନନ୍ଦନକାନନରେ ୩ଟି ବାଘ ଛୁଆ ଜନ୍ମ

ଭୁବନେଶ୍ୱର : ନନ୍ଦନକାନନର ଧଳା ବାଘୁଣୀ ବିଜୟା ଆଜି ୩ଟି ଛୁଆ ଜନ୍ମ ଦେଇଛି। ପୂର୍ବାହ୍ଣରେ ଗୋଟିଏ ଓ ଅପରାହ୍ଣରେ ଦୁଇଟି ବାଘ ଶାବକ ଜନ୍ମଗ୍ରହଣ କରିଛନ୍ତି। ସେମାନେ ଏବେ ସୁସ୍ଥ ଅଛନ୍ତି।

ସିସିଟିଭି ମାଧ୍ୟମରେ ବାଘୁଣୀ ଓ ଶାବକ ଗୁଡ଼ିକ ଉପରେ ନଜର ରଖାଯାଇଛି। ସେମାନଙ୍କ ରଙ୍ଗ ଓ ଲିଙ୍ଗ ସଂପର୍କରେ ଆଉ କିଛି ଦିନ ପରେ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୂର୍ବରୁ ୭ଟି ଧଳା ବାଘ, ୪ଟି କଳା ବା ମେଲାନିଷ୍ଟିକ୍ ବାଘ ଓ ୧୩ଟି ମହାବଳ ଥିଲେ। ୩ ନୂଆ ଶାବକଙ୍କୁ ମିଶାଇ ବାଘସଂଖ୍ୟା ଏବେ ୨୭କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Back to top button