ନନ୍ଦୀଗ୍ରାମରେ ଜିତିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାୟ ୧୨୦୦ ଭୋଟରେ ପରାଜିତ କରିଛନ୍ତି। ଏହି ଆସନରେ କଡା ଟକ୍କର ହୋଇଥିଲା। ଭୋଟ ଗଣତିର ପ୍ରଥମ ୧୦ ରାଉଣ୍ଡ ପର୍ୟ଼୍ୟନ୍ତ ଶୁଭେନ୍ଦୁ ଆଗୁଆ ଥିଲେ। ତେବେ ଶେଷ କେତୋଟି ରାଉଣ୍ଡରେ ମମତା ତାଙ୍କୁ ଟପିଯ଼ାଇଥିଲେ। ବିଜୟ ପରେ ମମତା ଟ୍ଵିଟକରି ଲେଖିଛନ୍ତି ଲୋକମାନେ ନିଜ ଝିଅ ହାତରେ ହିଁ ବଙ୍ଗକୁ ଦେଇଛନ୍ତି।

ବର୍ତ୍ତମାନ ପର୍ୟ଼୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମମତାଙ୍କ ଟିଏମସି ୨୧୮ଟି ଆସନ ଓ ବିଜେପି ୭୩ଟି ଆସନରେ ଆଗୁଆ ରହିଛି। ଫଳରେ ଟିଏମସିକୁ ପୂର୍ଣ୍ଣ ବହୁମତ ମିଳିବା ନିଶ୍ଚିତ ହୋଇଯ଼ାଇଛି।

Leave a Reply

Your email address will not be published. Required fields are marked *

Back to top button