ନର୍କକୁ ଯିବାରୁ ବର୍ତ୍ତିବେ କିପରି ?

ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି ମୃତ୍ୟୁ। ତେଣୁ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ମୃତ୍ୟୁ ପରେ କ’ଣ ହୋଇଥାଏ। ଶାସ୍ତ୍ରରେ ଏହାର ଉତ୍ତର ରହିଛି। ମନୁଷ୍ୟ ନିଜ କର୍ମ ଅନୁସାରେ ସ୍ଵର୍ଗ କିମ୍ବା ନର୍କକୁ ଯାଇଥାଏ। ସଦ୍‌କର୍ମର ଫଳସ୍ଵରୂପ ଆତ୍ମାକୁ ସ୍ଵଗର୍ରେ ସ୍ଥାନ ପ୍ରାପ୍ତ ହୋଇଥାଏ। ଆଉ ଖରାପ କର୍ମର ଫଳ ଭୋଗିବା ପାଇଁ ଆତ୍ମକୁ ନର୍କକୁ ପଠାଯାଏ। ନର୍କ ନାଁ ଶୁଣିଲେ ସବୁ ମଣିଷ ଭୟ କରିଥାନ୍ତି। କାରଣ କୁହାଯାଏ ନର୍କରେ ଆତ୍ମକୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ସେଥିପାଇଁ ସମେସ୍ତ ଚାହିଁଥାନ୍ତି ନର୍କରୁ ବଞ୍ଚିବାକୁ। ପୁରାଣରେ କୁହାଯାଇଛି ଏସବୁ ଜିନିଷ ମଧ୍ୟରୁ ଯଦି ଆମ ପାଖରେ କୌଣସି ଗୋଟିଏ ରହିଛି ତେବେ ଯମଦୁତ ଆମକୁ ନର୍କ ନେଇପାରିବ ନାହିଁ। 

ତୁଳସୀ : ପୁରାଣରେ ତୁଳସୀକୁ ଭଗବାନ ବିଷ୍ଣୁଙ୍କ ପ୍ରିୟ ବୋଲି କୁହାଯାଇଛି। ଏହା ଭଗବାନ ବିଷ୍ଣୁଙ୍କ ମୁଣ୍ଡରେ ଶୋଭା ପାଇଥାଏ। ଯଦି ତୁଳସୀ ପତ୍ର ମୃତ୍ୟୁ ସମୟରେ ମୁଣ୍ଡ ପାଖରେ ଥିବ ତା’ହେଲେ ଯମଦୂତର ଭୟ ରହିନଥାଏ। ତୁଳସୀ ପାଖରେ ଥିଲେ ମୁକ୍ତିର ବାଟ ଆପେ ଆପେ ଖୋଲିଯାଏ ବା ସହଜ ହୋଇଯାଏ। 

ଭଗବଦ୍ ଗୀତା ପାଠ : ମୃତ୍ୟୁ ସମୟରେ ଗୀତାର ପାଠ ଶୁଣିବା ଦ୍ଵାରା ଆତ୍ମା ଅତି ସହଜରେ ଶରୀର ତ୍ୟାଗ କରିଥାଏ। ଗୀତା ପାଠ ଶୁଣିଲେ ଆତ୍ମାର ଶରୀର ମୋହ ଦୂର ହୋଇଥାଏ। ଶରୀରରୁ ଅଲଗା ହେବାରେ କୌଣସି କଷ୍ଟ ହୋଇନଥାଏ। 

ଗଙ୍ଗାଜଳ :  ଗଙ୍ଗାଜଳକୁ ପବିତ୍ର ବୋଲି କୁହାଯାଏ। ମୃତ୍ୟ ସମୟରେ ଗଙ୍ଗାଜଳ ଦ୍ଵାରା ମନୁଷ୍ୟା ମନ ଶୁଦ୍ଧ ତଥା ପବିତ୍ର ହୋଇଯାଇଥାଏ। ପୁରାଣରେ କୁହାଯାଇଛି ଶୁଦ୍ଧ ଓ ପବିତ୍ର ମନ ଦ୍ଵାରା ପ୍ରାଣ ତ୍ୟାଗ କଲେ କଷ୍ଟ ଭୋଗିବାକୁ ପଡ଼ିନଥାଏ। ଯମରାଜଙ୍କ କଠୋର ଦଣ୍ଡରୁ ବର୍ତ୍ତି ଯାଇପାରେ। 

ରାମାୟଣ ପାଠ : ରାମୟଣ ଭଗବାନ ବିଷ୍ଣୁଙ୍କ ରାମାବତାରର କଥା। ଏହା ମୃତ୍ୟୁ ସମୟରେ ହେବାକୁ ଥିବା କଷ୍ଟକୁ ଶେଷ କରିଦିଏ। ହିନ୍ଦୁ ପୁରାଣ ଅନୁସାରେ ମୃତ୍ୟ ସମୟରେ ମନୁଷ୍ୟ ଯେଉଁ ବିଷୟରେ ଭାବିଥାଏ ମୃତ୍ୟୁ ପରେ ସେହିଭଳି ହୋଇଥାଏ। ଏଥିପାଇଁ ମୃତ୍ୟୁ ସମୟରେ ଧର୍ମ ଗ୍ରନ୍ଥ ଶୁଣିବା ସହିତ ପ୍ରାଣ ତ୍ୟାଗ ଦ୍ଵାରା ନର୍କ କଷ୍ଟ ଭୋଗିବାକୁ ପଡ଼ିନଥାଏ।

ମତାମତ ଦିଅନ୍ତୁ ।