ନର୍ସଙ୍କ ସନ୍ଦେହଜନଙ୍କ ମୃତ୍ୟୁ : ସ୍ଵାମୀ ଗିରଫ

କନ୍ଧମାଳ : ଷ୍ଟାପନର୍ସ ମୌସୁମୀ ମିଶ୍ରଙ୍କ ମୃତ୍ୟୁ ଘଟଣାରେ ପୋଲିସ ସ୍ଵାମୀଙ୍କୁ ଗିରଫ କରିଛି। ଘଟଣା ଦିନ ରାତି ୮ଟାରେ ଡ୍ୟୁଟି ବାହାରିବା ବେଳେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାର କିଛି ସମୟ ପରେ ମୌସୁମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଏହି ଘଟଣାରେ ମୃତ ମୌସୁମୀଙ୍କ ସହକର୍ମୀମାନେ ଆନ୍ଦୋଳନ କରିବା ସହିତ ସେ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ଅଭିଯୋଗ କରିଥିଲେ। ତେଣୁ ତଦନ୍ତ କରାଯାଇ ପ୍ରକୃତ ଦୋଷୀ ଗିରଫ କରାଯାଉ ବୋଲି ସେମାନେ ଦାବି କରିଥିଲେ। ପରେ ମୌସୁମୀଙ୍କ ବାପଘର ଲୋକେ ଥାନାରେ ଏତଲା ଦେବାରୁ ସ୍ଵାମୀ ରମାନାଥ ଦାସଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଢ଼େଙ୍କାନାଳ ଜିଲ୍ଲାରେ ମୌସୁମୀଙ୍କ ପ୍ରକୃତ ଘର। ସେ ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଷ୍ଟାପନର୍ସ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଏକ ବର୍ଷର ଝିଅ ଅଛି।

ମତାମତ ଦିଅନ୍ତୁ ।