ନର୍ସଙ୍କ ପ୍ରେମରେ ଫସିଗଲେ ଡାକ୍ତର : ଥାନାର ଦ୍ଵାରସ୍ଥ ହେଲେ ପତ୍ନୀ

କଟକ : ନର୍ସଙ୍କୁ ପ୍ରେମକରି ଡାକ୍ତର ଫସିଗଲେ। ବ୍ଲାକମେଲିଂର ଶିକାର ହୋଇ ଟଙ୍କା-ଗହଣା କାର୍ ଦେବାପରେ ମଧ୍ୟ ଆବଶ୍ୟକତା ଦିନ ବଢି ଚାଲିଛି। ମାନ୍ ଇଜ୍ଜତ ଚାଲିଯିବା ଭୟରେ ଡାକ୍ତରଙ୍କ ପତ୍ନୀ ଓ ପରିବାର ଚୁପ ରହିଥିଲେ। କିନ୍ତୁ ଅସହ୍ୟ ହେବାରୁ ସ୍ଵାମୀଙ୍କ ସୁରକ୍ଷା ଡାକ୍ତରଙ୍କ ପତ୍ନୀ ପୋଲିସର ଦ୍ଵାରସ୍ଥ ହୋଇଥିବା କୁହାଯାଉଛି।

ଖବର ଅନୁଯାୟୀ ଡାକ୍ତରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ରିଂରୋଡ୍‌ରେ ସପରିବାର ରହୁଛନ୍ତି। ୨୦୧୩ରେ ଢେଙ୍କାନାଳରେ ବିବାହ ହୋଇଥିଲା। କଟକର ଏକ ହୋଟେଲରେ ହୋଇଥିବା ଭୋଜିକୁ ସଂପୃକ୍ତ ନର୍ସ ଆସିଥିଲେ। କଟକର ଏକ ନର୍ସିଂହୋମରେ ଡାକ୍ତର ବାବୁ ଓ ନର୍ସ ଚାକିରି କରୁଥିଲେ। ବିବାହର ଦୁଇବର୍ଷ ପରେ ନର୍ସଙ୍କ ପ୍ରେମରେ ଫସିଯାଇଥିଲେ ଡାକ୍ତର। କିନ୍ତୁ ପରବର୍ତ୍ତୀ ସମୟରେ କିଛି ଫଟୋ ଓ ଭିଡିଓକୁ ନେଇ ନର୍ସ ଆରମ୍ଭ କରିଥିଲେ ବ୍ଲାକମେଲିଂ। ପ୍ରଥମେ ବନ୍ଧୁ ବାନ୍ଧବଙ୍କ ମୋବାଇଲ ଫୋନ୍‌କୁ ଏସବୁ ଫଟୋ ଭିଡିଓ ଛାଡ଼ି ବଦ୍‌ନାମ କରିଥିଲେ। ପରେ ବ୍ଲାକ୍‌ମେଲିଂ କରି ଲକ୍ଷାଧିକ ଟଙ୍କା ଓ ବିବାହ ସମୟର ସୁନା ଗହଣାକୁ ଲୁଟିବାକୁ ଲାଗିଲେ। ଏସବୁ କାମରେ ସହଯୋଗ କରୁଥିଲେ ନର୍ସଙ୍କ ଭାଇ। ଏହାଛଡା ନର୍ସଙ୍କ ପାଇଁ ଏକ କାର କିଣି ଦିଆଯାଇଛି। ଯାହାର କିସ୍ତି ତାଙ୍କ ସ୍ଵାମୀ ଦେଉଛନ୍ତି ବୋଲି ସେ କହିଛନ୍ତି।

ଡାକ୍ତରଙ୍କ ପତ୍ନୀ ଦର୍ଶାଇଛନ୍ତି ତାଙ୍କର ସାତ ବର୍ଷ ବୟସର ସନ୍ତାନ ଅଛି। ସ୍ୱାମୀଙ୍କ ସୁରକ୍ଷା ପାଇଁ ଉଭୟ ନର୍ସ ଓ ତାଙ୍କ ଭାଇଙ୍କ ସହ ଆଲୋଚନା କରି କଥାକୁ ତୁଟାଇବାକୁ ସେ ନିବେଦନ କରିଥିଲେ। କିନ୍ତୁ ନର୍ସ କହିଲେ ସେ ଡାକ୍ତରଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି। ରାସ୍ତାରେ କଣ୍ଟା ହେଲେ ଗୁଣ୍ଡା ଲଗାଇ ମା’ ଓ ପିଲାର ଜୀବନ ନେଇଯିବୁ ବୋଲି ନର୍ସ ଓ ତାଙ୍କ ଭାଇ ଚେତାବନୀ ଦେଇଥିବା ଡାକ୍ତରଙ୍କ ପତ୍ନୀ ଅଭିଯୋଗ କରିଥିବା ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button