ନାତି ସହ ଖେଳୁଥିବା ଭିଡିଓ ସେୟାର କଲେ ରବୀନା ଟଣ୍ଡନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ବିବାହ ପୂର୍ବରୁ ଦୁଇ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସାନ ଝିଅ ଛାୟା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବାରୁ ଗତବର୍ଷ ରବୀନ ଆଈ ଯାଇଥିଲେ। ଏବେ ରବିନା ନାତି ସହ ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତାଙ୍କର ଏଇ ଆଈ ଅବତାରକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି।
ଭିଡିଓଟିକୁ ରବୀନା ଟଣ୍ଡନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ପୁରୁଣା ହୋଇଥିଲେ ହେଁ ନାତିକୁ କୋଳେଇ ନେଇ ସେ ସ୍ନେହ କରୁଥିବା ନଜର ଆସିଛନ୍ତି। ସବୁ ମା’ ନିଜ ପିଲାଙ୍କ ପିଲାବେଳ ଫଟୋ ଖୁବ ଯତ୍ନର ସହ ସାଇତି ରଖିବା ପରି ସେ ମଧ୍ୟ ନିଜ ଝିଅର ଅନେକ ଫଟୋ ସାଇତିଛନ୍ତି।
ପୂର୍ବରୁ ରବୀନା ଝିଅର ୧୬ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଫଟୋ ସେୟାର କରି ସେ ଏକ ସ୍ନେହଭରା କ୍ୟାପ୍ସନ ଲେଖିଥିଲେ “ତୁ ଏତେ ଶୀଘ୍ର ବଡ ହୋଇଗଲୁ…୧୬ ବର୍ଷ ହେଇଗଲା, ମୋ ଝିଅ, ମୋ ସ୍ନେହର ଝିଅକୁ ହ୍ୟାପି ୧୬ତମ ଜନ୍ମଦିନ”।
ସୂଚନାଯୋଗ୍ୟ ରବୀନା ଟଣ୍ଡନ ୧୯୯୫ ମସିହାରେ ଦୁଇଟି ଝିଅ ଛାୟା ଓ ପୂଜାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସେତେବେଳେ ପୂଜାଙ୍କୁ ୧୧ ବର୍ଷ ଓ ଛାୟାଙ୍କୁ ୮ ବର୍ଷ ହୋଇଥିଲା। ଏହାପରେ ସେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ପୁଅଝିଅ ଅଛନ୍ତି। ଝିଅ ରାଶାର ବୟସ ୧୪ ବର୍ଷ ଓ ପୁଅ ରଣବୀରର ବୟସ ୧୧ ବର୍ଷ। ବହୁ ଦିନରୁ ରବିନା ବଡ ପରଦାରୁ ଦୁରେଇ ରହିଥିଲେ ମଧ୍ୟ କେଜିଏଫ-୨ରେ ନଜର ଆସିବେ ବୋଲି ସୂଚନା ରହିଛି।