୨୦୨୪ ସୁଦ୍ଧା ବିଦାହେବେ ସବୁ ଅନୁପ୍ରବେଶକାରୀ : ଶାହ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ପୂର୍ବରୁ ଦେଶରେ ବାସକରୁଥିବା ସବୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ। ଝାଡ଼ଖଣ୍ଡର ପଶ୍ଚିମ-ସିଂହଭୂମି ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଏହା କହିଛନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ସାରା ଦେଶରେ ଏନଆରସି ( ଜାତୀୟ ନାଗରିକ ରେଜିଷ୍ଟର) ଲାଗୁ କରାଯିବ। ଏହା ମାଧ୍ୟମରେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଆମ ଦେଶରୁ ବିଦା ହଟାଯିବ। ଶ୍ରୀ ଶାହ କହିଛନ୍ତି ଆମ ଦେଶର ପ୍ରକୃତ ନାଗରିକ ହୋଇଥିବା ବ୍ୟକ୍ତି ଯେ କୌଣସି ଧର୍ମର ହୋଇଥାନ୍ତୁ ନା ସେମାନେ ଏନଆରସି ତାଲିକାରେ ସ୍ଥାନ ପାଇବେ।

ମତାମତ ଦିଅନ୍ତୁ ।