April 7, 2020

କରୋନା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବରେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଇଣ୍ଡିଆନ୍ ଓଏଲର ତଥ୍ୟ ଅନୁୟାୟୀ ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇ ପେଟ୍ରୋଲ ଲିଟର ଦର ଲିଟର ପିଛା  ୭ ୦.୧୧ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭  ପଇସା ହୋଇଛି।

ତେବେ ୭  ଜାନୁଆରୀରେ କରୋନା ଭାଇରସ ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି। ଆଗକୁ ମଧ୍ୟ ତେଲ ଦର କମିବ ବୋଲି ଆକଳନ କରାଯାଉଛି। ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଯାଇଛି।

Leave a Reply

Your email address will not be published. Required fields are marked *