April 7, 2020

ପ୍ରେମ ବିବାହ ନକରିବାକୁ ଛାତ୍ରୀମାନେ ଶପଥ ନେଲେ

ନୂଆଦିଲ୍ଲୀ : ଭାଲେଣ୍ଟାଇନ୍ ଡେ’ର ଠିକ୍ ଗୋଟେ ଦିନ ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବାକୁ ଶପଥ ଦିଆଯାଇଛି। ଶପଥ ନେଉଥିବା ବେଳର ଭିଡିଓ ଭାଇରାଲ ହୋଇଛି। ବିଜେପି ନେତା ଓ ପୂର୍ବତନ ମହିଳା ଓ ବାଳ କଲ୍ୟାଣମନ୍ତ୍ରୀ ପଙ୍କଜା ମୁଣ୍ଡେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଲେଜର ଶିକ୍ଷକମାନେ ଛାତ୍ରୀଙ୍କୁ ବାପା-ମାଙ୍କ ଉପରେ ବିସ୍ଵାସ ରଖି ଲଭ ମ୍ୟାରେଜ୍ ନକରିବା ପାଇଁ ଶପଥପାଠ କରାଇଛନ୍ତି ଶିକ୍ଷକ। ଏଥିସହ ଯୌତୁକ ଦାବି କରୁଥିବା ଯୁବକଙ୍କୁ ବିବାହ ନକରିବାକୁ ମଧ୍ୟ ଶପଥ ଦିଆଯାଇଛି। ଏଭଳି ଶପଥ ବିଦର୍ଭ ୟୁଥ ଓ୍ବେଲଫେୟାର ସୋସାଇଟିର ଆର୍ଟସ-କଲେଜ ଚାନ୍ଦୁର କ୍ଲେଭେ କଲେଜର ଛାତ୍ରୀମାନେ କରିଥିବା ଜଣାପଡିଛି। ପାଖ ଗାଁରେ କଲେଜର ଏନଏସଏସ୍ କ୍ୟାମ୍ପରେ ଛାତ୍ରୀମାନେ ଏହି ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *