April 7, 2020

ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ପଦପଦବୀ

ନୂଆଦିଲ୍ଲୀ: ସ୍ଥଳ ସେନାରେ ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ। ଏହି ମର୍ମରେ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ଗ୍ରହଣ ନକରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କେନ୍ଦ୍ରର ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ବେଳେ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି। ସେନାରେ ପୁରୁଷଙ୍କ ଭଳି ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ଏ କ୍ଷେତ୍ରରେ ସର୍ବଦା ସମାନତା ରହିବା ଦରକାର ବୋଲି କୋର୍ଟ କହିଥିବା ବେଳେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବାକୁ ୩ ମାସ ସମୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *