April 7, 2020

ବିବାହ ନିମନ୍ତ୍ରଣ କାର୍ଡରେ କେଜରିୱାଲଙ୍କ ନାଁ

ନୂଆଦିଲି : ଅରବିନ୍ଦ କେଜରିୱାଲ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ତାଙ୍କ ଲୋକପ୍ରିୟତା ବଢ଼ି ଯାଇଛି। ବିବାହ ନିମନ୍ତ୍ରଣ କାର୍ଡରେ କେଜରିୱାଲଙ୍କ ନାଁ ଛାପିବା ପାଇଁ ଲୋକେ ପସନ୍ଦ କରୁଛନ୍ତି। ଏପରି ରାଜସ୍ଥାନରେ ଦେଖିବାକୁ ମିଳିଛି। ଯୋଧପୁରର ବାଲେସର ଅଞ୍ଚଳର କେତୁ ରାମନଗରରେ ବାସ କରୁଥିବା ଦୁର୍ଗାରାମ ଖାମ୍ବୁ ତାଙ୍କ ପୁଅ ନୀଳେଶର ବିବାହ ନିମନ୍ତ୍ରଣ କାର୍ଡରେ କେଜରିୱାଲଙ୍କ ନାମ ଛାପିଛନ୍ତି। ନୀଳେଶଙ୍କ ବିବାହ ଫେବୃୟାରୀ ୨୧ରେ ଲକ୍ଷ୍ମୀତାଙ୍କ ସହିତ ଅନୁଷ୍ଠିତ ହେବ। ହେଲେ ତାଙ୍କ ବିବାହ କାର୍ଡରେ କେଜରିୱାଲ ଆଇ ଲଭ୍‌ ୟୁ ବୋଲି ଲେଖାଯାଇଥିବା ବେଳେ ଏହି କାର୍ଡ ଏବେ ସୋସିଆଲ୍‌ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *