April 6, 2020

ଔପନ୍ୟାସିକ ଡିନ୍‌ କୁଞ୍ଜ ୪୦ ବର୍ଷ ପୂର୍ବେ କରୋନା ଭାଇରସ୍‌ କଥା ଉଲ୍ଲେଖ କରିଥିଲେ

ନୂଆଦିଲ୍ଲୀ : ବିଶ୍ୱରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା ଭାଇରସ୍‌। ଚୀନ୍‌ରେ ୧୭୦୦ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇ ସାରିଥିବା ବେଳେ ଏବେ ଏହା ୨୫ଟି ରାଷ୍ଟ୍ରକୁ ବ୍ୟାପିଲାଣି ଏହି ଭାଇରସ୍‌। କିନ୍ତୁ ଆଜକୁ ୪୦ ବର୍ଷ ପୂର୍ବେ ଜଣେ ଔପନ୍ୟାସିକ ତାଙ୍କ ଏକ ଉପନ୍ୟାସରେ ଏହି ଭୟାନକ ଭାଇରସ୍‌ ସଂପର୍କରେ ଉଲ୍ଲେଖ କରିଥିଲେ। ଆଜି ଏହା ସଂପୂର୍ଣ୍ଣ ସତ୍ୟ ହୋଇଛି। ଔପନ୍ୟାସିକ ଡିନ୍‌ କୁଞ୍ଜ ବିଗତ ୧୯୮୧ରେ ରଚନା କରିଥିବା ଏକ କାଲ୍ପନିକ ଥ୍ରିଲର ଉପନ୍ୟାସ ‘ଦ ଆଇଜ୍‌ ଅଫ୍‌ ଡାର୍କନେସ’ରେ ଏହି ଭାଇରସ୍‌ ସଂପର୍କରେ ଉଲ୍ଲେଖ କରିବା ସହ ଏହାର ନାମକରଣ କରିଥିଲେ ଉହାନ-୪୦୦। ଔପନ୍ୟାସିକ ଡିନ୍‌ ଉହାନ୍‌-୪୦୦କୁ ଅସ୍ତ୍ର ରୂପେ ଏକ ପରୀକ୍ଷାଗାରରେ ପ୍ରସ୍ତୁତ କରିଥିଲେ।

ଏ ଘଟଣା ଜଣାପଡ଼ିବା ପରେ ସାହିତ୍ୟିକମାନେ ଭବିଷ୍ୟଦ୍ରଷ୍ଟା ବୋଲି ପ୍ରମାଣିତ ହୋଇଯାଇଛି। ଔପନ୍ୟାସିକ ଡିନ୍‌ କୁଞ୍ଜଙ୍କ ଦ୍ୱାରା ରଚିତ କାଲ୍ପନିକ ଥ୍ରିଲର ଉପନ୍ୟାସ ‘ଦ ଆଇଜ୍‌ ଅଫ୍‌ ଡାର୍କନେସ’କୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଣ୍ଟରନେଟରେ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *