April 6, 2020

ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ରହି କେଜ୍ରିଓ୍ଵାଲ ଦାୟିତ୍ୱ ତୁଲାଇବେ

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର ଶପଥ ଗ୍ରହଣ କରିବା ପରେ ଆଜି କ୍ୟାବିନେଟର ସହଯୋଗୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ତାଙ୍କ ଅଧୀନରେ ରଖିନାହାନ୍ତି ଗୋଟିଏ ହେଲେ ବିଭାଗ। ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ରହି ସେ ଦାୟିତ୍ୱ ତୁଲାଇବେ।

ଗତ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ତାଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜଳ ବୋର୍ଡ (ଡିଜେବି)କୁ ରଖିଥିଲେ। କିନ୍ତୁ ଏଥର ଦିଲ୍ଲୀ ଜଳ ବୋର୍ଡର ଦାୟିତ୍ୱ ଦଳର ଅନ୍ୟତମ ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କୁୁ ଦେଇଛନ୍ତି। ସେହିପରି ପରିବେଶ ବିଭାଗର ମନ୍ତ୍ରୀ ଭାବେ ଗୋପାଳ ରାଏଙ୍କୁ ନିଯୁକ୍ତି ମିଳିଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଛନ୍ତି ରାଜେନ୍ଦ୍ର ପାଲ ଗୌତମଙ୍କୁ। ମନୀଷ ଶିଶୋଦିଆ, ଇମ୍ରାନ୍‌ ହୁସେନ୍‌ ଓ କୈଳାଶ ଘେଲୋଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ସେମାନଙ୍କୁ ଏଯାଏ ବିଭାଗ ବଣ୍ଟନ କରାଯାଇ ନାହିଁ।

ଆଜି ଅନୁଷ୍ଠିତ ହୋଇ ଯାଇଥିବା କେଜ୍ରିଓ୍ଵାଲଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ପୂର୍ବରୁ ଦିଲ୍ଲୀବାସୀଙ୍କୁ ଦଳ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି କାର୍ଡର ପ୍ରତିଶ୍ରୁତି ଦିଆ ଯାଇଥିଲା ତାହାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଦେଇଛନ୍ତି।

Leave a Reply

Your email address will not be published. Required fields are marked *