April 5, 2020

ପାକିସ୍ତାନକୁ ଗ୍ରେ- ତାଲିକା ଭୁକ୍ତ କଲା ଏଫ୍‌ଏଟିଏଫ୍‌

ଭୁବନେଶ୍ଵର : ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ବେଆଇନ ଅର୍ଥ-କାରବାର ରୋକିବାରେ ବିଫଳ ହୋଇଛି। ସେଥିପାଇଁ ପାକିସ୍ତାନକୁ ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପୁଣିଥରେ ଧୂସର ତାଲିକା (ଗ୍ରେ ଲିଷ୍ଟ)ରେ ରଖି ଦେଇଛି। ପୂର୍ବରୁ ୨୦୨୦ ମସିହା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ-ତାଲିକାଭୁକ୍ତ କରିବ ବୋଲି ଏଫ୍‌ଏଟିଏଫ୍‌ ଘୋଷଣା କରିଥିଲା। ଏହି ସମୟ ମଧ୍ୟରେ ପାକିସ୍ତାନ ଯଦି ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଥିବ ତେବେ ପାକିସ୍ତାନକୁ ଗ୍ରେ- ତାଲିକାରୁ ମୁକ୍ତ କରିବ ବୋଲି ଘୋଷଣା କରିଥିଲା। ତେବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ହୃଦୟଙ୍ଗମ କରିବା ପରେ ଏଫ୍‌ଏଟିଏଫ୍‌ ଆଜି ଆଉଥରେ ପାକିସ୍ତାନକୁ ଗ୍ରେ- ତାଲିକା ଭୁକ୍ତ କରିଛି।

Leave a Reply

Your email address will not be published. Required fields are marked *