April 5, 2020

ଏନସିପି-ଶିବସେନା ମେଣ୍ଟରେ ବିବାଦ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏନସିପି-ଶିବସେନା ମେଣ୍ଟରେ ବିବାଦ ଦେଖାଯାଇଛି। ଏଲଗାର ପରିଷଦ ଓ ଭୀମ-କୋରେଗାଁଓ ହିଂସା ମାମଲାର ତଦନ୍ତ ଏବଂ ରାଜ୍ୟରେ ଏନପିଆର ଲାଗୁ କରିବାକୁ ନେଇ ଏହି ବିବାଦ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଲଗାର ପରିଷଦର ତଦନ୍ତ ଦାୟିତ୍ୱ ଏନଆଇକୁ ଦେଇଥିବା ବେଳେ ଏହି ମାମଲାର ତଦନ୍ତ ସମାନ୍ତରାଳ ଭାବରେ ଧାରା ୧୦ ଅନୁଯାୟୀ ଏସଆଇଟି ଦ୍ୱାରା ହେବା ଦରକାର ବୋଲି ଶରଦ ପାଓ୍ୱାର କହିଛନ୍ତି। ଯାହାକୁ ନେଇ ମେଣ୍ଟରେ ଭିନ୍ନ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *