April 6, 2020

ନିଯୁକ୍ତି ପାଇଁ ମହିଳା ଟ୍ରେନିିଙ୍କୁ ଉଲଗ୍ନ କରି ସ୍ଵାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ : ଗୁଜୁରାଟର ସୁରଟ ମୁନିସିପାଲ୍‌ଟି କର୍ପୋରେସନ୍‌ (ଏମ୍‌ଏମ୍‌ସି) ଦ୍ଵାରା ପରିଚାଳିତ ସୁରଟ ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍‌ ଏଜୁକେସନ ଆଣ୍ଡ୍‌ ରିସର୍ଚ ବିରୋଧରେ ଆସିଛି ସାଂଘାତିକ ଅଭି‌ଯୋଗ। ଜଣେ ଟ୍ରେନି କ୍ଲର୍କ ଅଭିଯୋଗ ଆଣି କହିଛନ୍ତି ସ୍ଥାୟୀ ନିଯୁକ୍ତି ପାଇଁ ଟେଷ୍ଟ୍‌ ନେବା ଆଳରେ ତାଙ୍କୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଉଲଗ୍ନ କରି ଛିଡ଼ା କରାଯାଇଥିଲା। ଅତି ଅସଭ୍ୟ ଭାବେ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିଲା। କେବଳ ସେ ନୁହନ୍ତି ୧୦ ଜଣ ମହିଳାଙ୍କୁ ଏପରି ଲଜ୍ଜାଜନକ ଅବସ୍ଥାର ଶିକାର ହେବାକୁ ପଡ଼ିଥିଲା। ଏହାଛଡା ହସ୍ପିଟାଲ୍‌ରେ ଅବିବାହିତା ଝିଅମାନଙ୍କର ଗର୍ଭ ପରୀକ୍ଷା କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫେବ୍ରୁଆରି ୨୦ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଅଭିଯୋଗ ପାଇ ସୁରଟ ମୁନିସିପାଲ୍‌ କମିସନର୍‌ ବାଞ୍ଛାନିଧି ପାଣି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *