ଫାଶୀ ପୂର୍ବରୁ ନିର୍ଭୟା ଦୋଷୀ କରିବେ ପରିବାର ସହ ଶେଷ ସାକ୍ଷାତ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ମାର୍ଚ ୩ ତାରିଖରେ ଫାଶୀ ଦିଆଯିବ। ଏହା ପୂର୍ବରୁ ପରିବାର ସହ ଶେଷ ସାକ୍ଷାତ ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ପବନ ସେମାନଙ୍କ ପରିବାରର ଲୋକମାନଙ୍କୁ ଫେବ୍ରୁଆରି ୧ ତାରିଖ ମୃତ୍ୟୁ ପର୍‌ଓ୍ଵାନା ପୂର୍ବରୁ ଭେଟିଥିବା ଜେଲ୍‌ କର୍ତ୍ତୃପକ୍ଷ ଚିଠରେ ଲେଖିଛନ୍ତି। ଅକ୍ଷୟ ଓ ବିନୟ କେବେ ପରିବାରକୁ ଭେଟିବାକୁ ଚାହାଁନ୍ତି ବୋଲି ତିହାର ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଚିଠିରେ ପଚାରିଛନ୍ତି। ଏହି ଚିଠି କେବଳ ଦୋଷୀମାନଙ୍କୁ ଲେଖାଯାଇଛି। କଏଦୀମାନେ ସାଧାରଣତଃ ଝରକା ବାଟେ ପରିବାର ଲୋକମାନଙ୍କୁ ଭେଟନ୍ତି। କିନ୍ତୁ ନିର୍ଭୟା ଦୋଷୀମାନଙ୍କୁ ସିଧାସଳଖ ପରିବାର ଲୋକଙ୍କ ଭେଟବାକୁ ଅନୁମତି ଦିଆଯିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।