୬୦ ବର୍ଷ ବୟସର ଏଇ ନେତା ସାଙ୍ଗଙ୍କୁ ବାହାହେଲେ

ନୂଆଦିଲ୍ଲୀ : ୬୦ ବର୍ଷ ବୟସରେ ବିବାହ। କଥାଟା ଟିକେ ଅଡୁଆ ଲାଗୁଥିଲେ ହେଁ ସତ। ଏହି ବିବାହ କରିଛନ୍ତି କଂଗ୍ରେସ ମହାସଚିବ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ବାଶନିକ। ସେ ତାଙ୍କ ସାଙ୍ଗ ରବିନା ଖୁରାନାଙ୍କ ହାତ ଧରିଛନ୍ତି।

ଖବର ଅନୁଯାୟୀ ନୂଆଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ହୋଇଥିଲା ବିବାହ ଆୟୋଜନ। ସେଠାରେ ପିଲାଦିନର ସାଙ୍ଗ ରବିନାଙ୍କ ହାତ ଧରିଥିଲେ ବରିଷ୍ଠ କଂଗ୍ରେସ ନେତା ମୁକୁଲ ବାଶନିକ। ଏହି ବିବାହ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ଅମ୍ବିକା ସୋନି, ବିକେ ହରିପ୍ରସାଦ ଓ ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ମୁକୁଲ ମନମୋହନ ସିଂହଙ୍କ ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଥିଲେ। ୨୦୦୯ ମସିହାରେ ସେ ମହାରାଷ୍ଟ୍ରର ରାମଟେକ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ। ଏବେ ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ଥିବାବେଳେ ୧୯୮୪ ମସିହାରେ ସେ ୨୫ ବର୍ଷ ବୟସରେ ଲୋକସଭା ସାଂସଦ ହୋଇଥିଲେ।

ମତାମତ ଦିଅନ୍ତୁ ।