ସ୍ମାର୍ଟଫୋନ୍‌ରେ ଏହି ଉପାୟରେ ଖେଳନ୍ତୁ ହୋଲି

ନୂଆଦିଲ୍ଲୀ : ଚୀନର କରୋନା ଭାଇରସ ଭୟ ରଙ୍ଗର ପର୍ବ ହୋଲିକୁ ଏବର୍ଷ ଫିକା କରିଦେଇ ପରେ। ସରକାରଙ୍କ ସଚେତନତା ବାର୍ତ୍ତା ଏହି ସମ୍ଭାବନା ସୃଷ୍ଟି କରିଛି। ତଥାପି ହୋଲି ପାଇଁ ରହିଛି ଚାରିଆଡ଼େ ଉତ୍ସାହ। ଏହି ପର୍ବକୁ ପାଳନ ପାଇଁ ଗୁଗଲ ଆଣିଛି ଏକ ସ୍ୱତନ୍ତ୍ର ଉପାୟ। ଏହାକୁ ନେଇ ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ରେ ଖେଳିହେବ ହୋଲି।

ପ୍ରଥମେ ଗୁଗଲରେ ହୋଲି ସର୍ଚ୍ଚ କଲେ ପେଜର ବାମ ପାର୍ଶ୍ୱରେ ରଙ୍ଗରେ ଭର୍ତ୍ତି ଟୋକେଇ ନଜର ଆସିବ। ଏହି ଟୋକେଇ ଉପରେ କ୍ଲିକ୍‌ କଲେ ଡିଭାଇସ୍‌ (ଲାପଟପ୍‌ କିମ୍ବା ସ୍ମାର୍ଟଫୋନ୍‌) ସ୍କ୍ରିନ୍‌ରେ ରଙ୍ଗ ଖେଳାଇ ହୋଇ ପଡ଼ିବ। ବାରମ୍ବାର ଟୋକେଇ ଉପରେ କ୍ଲିକ୍‌ କଲେ ପୂରା ସର୍ଚ୍ଚ ପେଜ ଅଲଗାଅଲଗା ରଙ୍ଗରେ ରଙ୍ଗୀନ ହୋଇଯିବ।

ଗୁଗଲର ଏହି ସ୍ୱତନ୍ତ୍ର ଉପାୟ ମୋବାଇଲ୍‌ ଓ ୱେବ୍‌ ଗୁଗଲ ପେଜ ପାଇଁ ଉପଲବ୍ଧ ରହିଛି। ଏହାକୁ ଆଣ୍ଡ୍ରୋଏଡ ଓ ଆଇଓଏସ୍‌ ଦୁଇଟିର ବ୍ୟବହାରକାରୀ ଆକସେସ୍‌ କରି ପାରିବେ। ଅନ୍ୟ ଡିସ୍‌ପ୍ଲେ ପାର୍ଟସ୍‌ ପାଇଁ ଉପଲବ୍ଧ ନାହିଁ।

ଖେଳିବାର ଉପାୟ :- ଆପଣ ହିନ୍ଦୀ କିମ୍ବା ଇଂରାଜୀରେ ହୋଲି ଟାଇପ୍‌ କରି ସର୍ଚ୍ଚ କରନ୍ତୁ। ସର୍ଚ୍ଚ ପେଜର ଡାହାଣପାର୍ଶ୍ୱରେ ଦେଖିବାକୁ ମିଳୁଥିବା ରଙ୍ଗରେ ଭର୍ତ୍ତି ଟୋକେଇ ଉପରେ କ୍ଲିକ୍‌ କରନ୍ତୁ। ସ୍କ୍ରିନ୍‌ ଉପରେ ବାରମ୍ବାର ଏଭଳି କ୍ଲିକ୍‌ କରୁନ୍ତୁ। ଦେଖିବେ ଆପଣଙ୍କ ସ୍କ୍ରିନ ବିଭିନ୍ନ ରଙ୍ଗରେ ରଙ୍ଗୀନ୍‌ ହୋଇଯିବ। ଯଦି ଆପଣ ରଙ୍ଗୀନ ସ୍କ୍ରିନ୍‌କୁ ସଫା କରିବାକୁ ଚାହାନ୍ତି ତେବେ କେବଳ ଓ୍ଵାଟର ଡ୍ରାପ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହି ଆଇକନ୍‌ ସ୍କ୍ରିନ୍‌ର ଶୀର୍ଷରେ ଆପଣଙ୍କୁ ମିଳିବ। ଏହାଉପରେ କ୍ଲିକ୍‌ କରି ସ୍କ୍ରିନ୍‌କୁ ସଫା କରି ପାରିବେ।

ମତାମତ ଦିଅନ୍ତୁ ।