ପାକିସ୍ତାନର ଏଫ୍‌-୧୬ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ପାକିସ୍ତାନ ବାୟୁସେନାର ଏଫ୍‌-୧୬ ଲଢୁଆ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକ ବାୟୁସେନାର ମୁଖପାତ୍ର ଏହି ସୂଚନା ଗଣମାଧ୍ୟମକୁ ଦେଇ ଆମେ କ୍ଷୟକ୍ଷତିର ଆକଳନ କରୁଛୁ। ବିମାନରେ ଥିବା ପାଇଲଟ୍‌ ଓ ସହକାରୀ ପାଇଲଟଙ୍କ ସମ୍ପର୍କରେ ଜଣାପଡି ନଥିବା ବେଳେ କେଉଁଠି ଦୁର୍ଘଟଣା ଘଟିଛି ତାହାର ସୂଚନା ମିଳିନାହିଁ। କେବଳ ବିମାନଟି ତଳକୁ ଖସୁଥିବା ବେଳେ ଶୂନ୍ୟକୁ କଳା ଧୂଆଁ ଉଠୁଥିବା ଦୃଶ୍ୟଥିବା ଫୁଟେଜ୍‌ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ମତାମତ ଦିଅନ୍ତୁ ।