ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରିବା ପ୍ରସଙ୍ଗ: କେନ୍ଦ୍ରଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ୟେସ୍‌ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା କିପରି ଫେରିବ। ତାହାକୁ ନେଇ ସବୁ ମହଲ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଟଙ୍କା ଫେରିବା ପ୍ରସଙ୍ଗରେ ଚିଠି ଲେଖିଥିଲେ। ତେବେ ନିର୍ମଳା ସୀତାରମଣ ଆଶ୍ୱସ୍ତି ପ୍ରଦାନ କରିଥିବାରୁ ଶ୍ରୀ ଷଡ଼ଙ୍ଗୀ ତାଙ୍କ ପଦକ୍ଷେପକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବାନେଇ ଓଡ଼ିଶାର ଜନତା ଚିନ୍ତିତ ଅଛନ୍ତି। ଏବେ ପ୍ରଶ୍ନ ଉଠିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଟଙ୍କା ନରଖି କାହିଁକି ଏକ ଘରୋଇ ବ୍ୟାଙ୍କରେ ଜମା ରଖିଛି। ଏଥିରେ କୋଟି କୋଟି ଭକ୍ତଙ୍କ ମନରେ ଆଘାତ ଲାଗିଛି। ମନ୍ଦିର ଅର୍ଥ ଫେରାଇବା ଲାଗି ଆରବିଆଇକୁ ନିର୍ଦ୍ଦେଶ ସହ ପୂରା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଦାବିପତ୍ର ଦେଇଛନ୍ତି।

ମତାମତ ଦିଅନ୍ତୁ ।