କରୋନା ପାଇଁ ଭୟଭୀତ ହେବାର କାରଣ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଆଉ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯଦି କୌଣସି ଜରୁରୀ ଓ ବିଶେଷ କାର୍ଯ୍ୟ ନଥାଏ ତେବେ ବିଦେଶ ଗସ୍ତରୁ ନିଜକୁ ବିରତ ରଖନ୍ତୁ।

ସେ କହିଛନ୍ତି କରୋନା ଭାଇରସ୍‌କୁ ନେଇ ସରକାର ବେଶ ସଚେତନ ଓ ଜାଗ୍ରତ ଅଛନ୍ତି। ଏବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଓ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇଛି। ତେଣୁ, କରୋନା ଭାଇରସ୍‌କୁ ନେଇ ଭୟଭୀତ ହେବାର ଆଦୌ କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମତାମତ ଦିଅନ୍ତୁ ।