ଦିଲ୍ଲୀରେ କରୋନାକୁ ‘ମହାମାରୀ’ ଘୋଷଣା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କରୋନାକୁ ମହାମାରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି ଦିଲ୍ଲୀରେ ସମସ୍ତ ସିନେମାହଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଯେଉଁ ସ୍କୁଲ ଓ କଲେଜର ପରୀକ୍ଷା ଚାଲି ନାହିଁ, ସେହି ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

କେଜ୍ରିଓ୍ଵାଲ କହିଛନ୍ତି ମାରାତ୍ମକ କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ହସ୍‌ପିଟାଲ୍‌ରେ ଏହି ମହାମାରୀକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। କରୋନାରୁ ଲୋକମାନେ କିପରି ନିଜକୁ ଦୂରେଇ ରଖିବେ ସେଥିପାଇଁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କର ସହଯୋଗ ମିଳୁଛି, ଆଗକୁ ବି ଏହା ଜାରି ରହିବ ବୋଲି ସେ କହିଛନ୍ତି। ଏହାଛଡା ରାଷ୍ଟ୍ରପତିଭବନକୁ ସାଧାରଣ ଲୋକଙ୍କ ଗସ୍ତକୁ ଆସନ୍ତାକାଲିଠାରୁ ନିଷେଧ କରାଯାଇଛି। ଏହି ନିଷେଧ ଅନ୍ୟାଦେଶ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।