ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି: ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀଙ୍କୁ ଇଡି ନୋଟିସ

ମୁମ୍ବାଇ : ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି। ଏହି ମାମଲାରେ ହାଜର ହେବା ପାଇଁ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ ଜାରି କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଋଣ ଭାରାରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତାଙ୍କ ଗ୍ରୁପ୍‌କୁ ବ୍ୟାଙ୍କ ଋଣ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାସତ୍ତ୍ୱେ ଅନୀଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ୍‌ ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କାର ଋଣ ହାତେଇବାରେ ସମର୍ଥ ହୋଇଥିଲେ। ତେବେ ସ୍ୱାସ୍ଥ୍ୟ ଖରାପର ଆଳ ଦେଖାଇ ଅନୀଲ ଇଡି ସମ୍ମୁଖରେ ହାଜର ହେବା ପାଇଁ ସମୟ ନେଇଥିବା ଜାଣିବାକୁ ମିଳିଛି।

ମତାମତ ଦିଅନ୍ତୁ ।