ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ବିମାନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଭାରତରେ କରୋନାର ପ୍ରଭାବ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଯାଞ୍ଚ ପାଇଁ ସରକାର ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରବିବାର କେନ୍ଦ୍ର ସରକାର ଘରୋଇ ବିମାନ ଉଡ଼ାଣକୁ ବାତିଲ କରିଥିବା ବେଳେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ। ସେଥିପାଇଁ ବିମାନ ଗୁଡିକର ଉଡାଣ ଓ ଅବତରଣ ସମୟକୁ ଧାର୍ଯ୍ୟ କରାଯିବ। ଯାହାଫଳରେ ସମସ୍ତ ବିମାନ ୨୪ ତାରିଖ ରାତି ୧୧ଟା ୫୯ମିନିଟ ପୂର୍ବରୁ ଗନ୍ତବ୍ୟ ସ୍ଥଳରେ ଅବତରଣ କରିବ। ମାଲ ପରିବହନ କରୁଥିବା ବିମାନ ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି ଜଣା ପଡିଛି।

ମତାମତ ଦିଅନ୍ତୁ ।